ତୁମେ ଥରେ ଆସ ପ୍ରିୟ - ସବିତା ନାୟକ



ତୁମେ କେବେଥରେ ଆସନା ପ୍ରିୟ

ମୋ ମନକୁଟିରରେ

ତୁମେ ଦେଇଥିବା ବଂଶୀ ଦେଖ

ଆଜିଯାଏ ରଖିଛି ସାଇତି

ତୁମେ ତୋଳିଥିବା ମୋ ନାମର ମୂର୍ଛନା

ଗୁଞରିତ ସଦା ବଂଶୀର ଧ୍ବନିରେ

ଥରେ ଆସି ତୋଳିଧରନା କୃଷ୍ଣ

ଆଉଥରେ ବଂଶୀର ସ୍ବର

ମୁଁ ହଜିଯିବି ତୁମର ମନମୋହକ ରୂପରେ

ତୁମରି କୋଳରେ ମୁଣ୍ଡରଖି

ମୁଁ ଭୁଲିଯିବି ପୃଥିବୀର

ଗୋଟିଏ ସତ୍ତାଥିଲି ବୋଲି

ମୁଁ କେବଳ ତୁମକୁ ହିଁ ଦେଖୁଥିବି

ତୁମେ ପରମସତ୍ୟ

ମୋ ହୃଦୟର ପରମପୁରୁଷ

ମୁଁ ହିଁ କେବଳ ତୁମର

ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ

ହେ ନାଥ ନାରାୟଣ ବାସୁଦେବ।



ସବିତା ନାୟକ

ଶିକ୍ଷୟତ୍ରୀ ମାଧବାନନ୍ଦ ଜିଉ ନୋଡାଲ ହାଇସ୍କୁଲ

ମାଧବ,ନୀଆଳି,କଟକ

Post a Comment

0 Comments